ଅବଦୁଲ କଲାମଙ୍କ ଜନ୍ମଦିନରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି  

ପୂର୍ବତନ ରାଷ୍ଟ୍ରପତି  ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ ୧୯୩୧ ଅକ୍ଟୋବର ୧୫ ରାମେଶ୍ଵରରେ ଜନ୍ମଗ୍ରହଣ କରିଥିଲେ । ବୈଜ୍ଞାନିକ ଜୀବନ ବାଲେଶ୍ଵରର ଚାନ୍ଦିପୁରରେ । ସେ ୨୦୦୨ ରୁ ୨୦୦୭  ପର୍ଯ୍ୟନ୍ତ ଭାରତର ୧୧ତମ ରାଷ୍ଟ୍ରପତି ଭାବେ ଥିଲେ । ୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୧୯୯୭ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ’ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। ବାଲାଷ୍ଟିକ୍ ମିସାଇଲ୍ ଓ ଲଞ୍ଚ ଭେହିକିଲ୍ ବିକଶିତ କରିବାରେ ଅବଦୁଲ କଲାମଙ୍କ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ କୁହାଯାଏ ‘ଭାରତର ମିସାଇଲ୍ ମ୍ୟାନ୍’। ୧୯୯୮ ପୋଖରାନ୍-୨ ପରମାଣୁ ବୋମା ପରୀକ୍ଷଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ସେହି ଭାରତର ରତ୍ନ ମିସାଇଲ ମ୍ୟାନ ଅବଦୁଲ କଲାମ ୨୦୧୫ ଜୁଲାଇ ୨୭ ତାରିଖରେ ଆରପାରିକୁ ଚାଲିଯାଇଥିଲେ । ତାଙ୍କ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । 

Leave a Reply

Your email address will not be published. Required fields are marked *