ଆସୁଛି ମହାବାତ୍ୟା ‘ସିତରଙ୍ଗ’ ! ୨୨୦ରୁ ୨୫୦ କିଲୋମିଟର ବେଗରେ ବହିପାରେ ପବନ; ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚତାର ଆସିପାରେ ଜୁଆର

 ଓଡ଼ିଶା ଦେଖିବ ଆଉ ଏକ ମହାବାତ୍ୟା । ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରେ ସୁପର ସାଇକ୍ଲୋନ ସୃଷ୍ଟି ହେବା ନେଇ ଆମେରିକାର ପାଣିପାଗ ପୂର୍ବାନୁମାନ ସଂସ୍ଥଶ ଗ୍ଲୋବାଲ ଫରକାଷ୍ଟ ସିଷ୍ଟମ ତଥା ଜିଏଫଏସର ପୂର୍ବାନୁମାନ କରିଛି । ଜିଏଫଏସର ସୂଚନା ମୁତାବକ ଆସନ୍ତା ଅକ୍ଟୋବର ୧୭ରେ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହା ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ୍ ଝଡ଼ ସୃଷ୍ଟି କରିବାର ସମ୍ଭାବନା ରହିଥିବା ନେଇ ଜଳବାୟୁ ଏବଂ ପାଣିପାଗ ଗବେଷକ ମୋସ୍ତାଫା କମଲ ପଲାସ କହିଛନ୍ତି ।

ଆସୁଥିବା ଏହି ବାତ୍ୟାର ନାମ ‘ସିତାରଙ୍ଗ’ ରଖାଯାଇଛି । ଏହା ବାତ୍ୟା ମହାବତ୍ୟାର ରୂପ ନେଇପାରେ ବୋଲି ଗବେଷକ ପଲାସ କହିଛନ୍ତିି । ବାଙ୍ଗଲାଦେଶର ସୁନ୍ଦରବନ ଉପକୂଳ ଏବଂ ପଶ୍ଚିମ ପଶ୍ଚିମବଙ୍ଗର ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଛି । ସମ୍ଭାବିତ ଶକ୍ତିଶାଳୀ ବ୍ୟାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରୁ ବାଙ୍ଗଲାଦେଶ ଏବଂ ପଶ୍ଚିମବଙ୍ଗର ସୁନ୍ଦରବନ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି । ମହାବାତ୍ୟା ହେଲେ ଘଣ୍ଟା ପ୍ରତି ୨୨୦ରୁ ୨୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । ତେବେ ସବୁଠୁ ବଡ଼ କଥା ହେଉଛି ବାତ୍ୟା ସମୟରେ ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚତାର ଜୁଆର ଆସିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *