ଓଏଏସ ସ୍ତରରେ ଅଦଳ ବଦଳ

ରାଜ୍ୟ ସରକାର ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ୧୧ ଓଏଏସ ଅଧିକାରୀଙ୍କୁ ବଦଳ କରିଛନ୍ତି । ମନୋରଞ୍ଜନସାହୁ ହେଲେ ଭୁବନେଶ୍ଵର ଉପଜିଲ୍ଲାପାଳ। କ୍ରୀଡ଼ା ଓ ଯୁବ ବିଭାଗର ଯୁଗ୍ମ ସଚିବ ଥିବା ଶୈଳେନ୍ଦ୍ର କୁମାର ଜେନା ମିଶନ ଶକ୍ତି ଯୁଗ୍ମ ସଚିବ ହୋଇଛନ୍ତି । ପୁରୀ ଉପ ଜିଲ୍ଲାପାଳ ଥିବା ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ ହୋଇଛନ୍ତି ମମତା ବାରିକ ।

 ସୋହେଲାର ବିଡିଓ ଥିବା ସୁରେନ୍ଦ୍ର ମେହରଙ୍କୁ ସୁବର୍ଣ୍ଣପୁରର ଉପ ଜିଲ୍ଲାଭାବେ ନିଯୁକ୍ତି ମିଳିଛି । ସମ୍ବଲପୁର କୁଚିଣ୍ଡାର ଆଇଟିଡିଏର ପିଏ ହୋଇଛନ୍ତି ଓଏଏସ୍ ଅଧିକାରୀ ହେମସାଗର ଭୋଇ ।ଯାଜପୁର ଅତିରିକ୍ତ ଉପ ଜିଲ୍ଲାପାଳ ଥିବା ମନୋରମା ଜାଲିଙ୍କୁ ଭୁବନେଶ୍ୱର ଏସଆଇଆରଡିର ଉପ ନିର୍ଦ୍ଦେଶକଭାବେ ବଦଳି କରାଯାଇଛି । 

     ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ଉପ ଜିଲ୍ଲାପାଳ ହୋଇଛନ୍ତି ସୁନୀଲ କୁମାର ମେହେର ।

ସେହିପରି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିଶନରଥିବା ରାଜକିଶୋର ଜେନାଙ୍କୁ ପୁରୀ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସୁରଜ କୁମାର ପଟ୍ଟନାୟକ ବରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଇଓ ହୋଇଛନ୍ତି । ସେହିପରି ମିଶନ ଶକ୍ତିର ଯୁଗ୍ମ ସଚିବ ଥିବା ବିନୋଦ କୁମାର ଜେନାଙ୍କୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବଭାବେ ବଦଳି କରାଯାଇଛି । 

Leave a Reply

Your email address will not be published. Required fields are marked *