ଦୀର୍ଘ ୨୪ ବର୍ଷ ପରେ ବିଜେଡ଼ି ସରକାରର ଅବସାନ ହୋଇଛି । ପ୍ରଥମଥର ଓଡିଶାରେ ସ୍ପଷ୍ଟ ବହୁମତ ସହ ସରକାର ଗଢିବାକୁ ଯାଉଛି ବିଜେପି । ନବୀନ କ୍ୟାବିନେଟରେ ପରାଜିତ ହୋଇଛନ୍ତି ୧୨ ମନ୍ତ୍ରୀ ,ସମ୍ମାନ ରଖିଛନ୍ତି ୭ ନେତା । ଲୋକସଭାରେ ଖାତା ବି ଖୋଲିପାରି ନାହିଁ ବିଜେଡ଼ି । ବିଜେପି ବିଜୟର ବଡ କାରଣ କୁହାଯାଉଛି ; ‘ଓଡିଆ ଅସ୍ମିତା ‘ ଓ ‘ଓଡିଆ ସ୍ଵାଭିମାନ’ ।
ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣେଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ ଓଡିଶାର ଉତ୍ତମ ଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତି ପାଇଁ ଏହା ଏକ ଐତିହାସିକ ବିଜୟ ।