ଦେଶରେ ୭ HMPV ମାମଲା

ଚୀନରେ ଦେଖାଦେଇଥିବା ଏଚଏମପିଭି ଭୂତାଣୁ ସଂକ୍ରମିତ ୭ଟି ମାମଲା ଭାରତରେ ଦେଖିବାକୁ ମିଳିଛି। ଗୁଜୁରାଟରେ ୨ ମାସ ଶିଶୁ ନିକଟରେ ଏଚଏମପିଭି ନିକଟରେ ଭୂତାଣୁ ମିଳିଛି। ଏହା ଭାରତର ପ୍ରଥମ ମାମଲା ରହିଥିଲା। ଏହା ପରେ କର୍ଣ୍ଣାଟକରେ ଦୁଇଟି ମାମଲା ସାମ୍ନାକୁ ଆସିଥିଲା। ସେହିପରି ଚେନ୍ନାଇ ଓ କୋଲକାତାରେ ମଧ୍ୟ ମାମଲା ମିଳିଥିବା ନେଇ ଜଣାପଡିଛି। ସେପଟେ ଡାକ୍ତର ଏହି ଭୂତାଣୁକୁ ନେଇ ଚିନ୍ତା ପ୍ରକଟ କରିବାର କୌଣସି କାରଣ ନାହିଁ। ଏହା ଏକ ସାଧାରଣ ଭୂତାଣୁ। ପ୍ରତିବର୍ଷ ଅକ୍ଟୋବରରେ ଏଭଳି ମାମଲା ସାମ୍ନାକୁ ଆସେ। ଦେଶରେ ଏଚଏମପିଭି ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଇତିମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି।

ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ।ଚାଇନା ଭାଇରସ ଏଚ.ଏମ.ପିଭିକୁ ନେଇ ଭାରତରେ ଚିନ୍ତା ବଢ଼ିଛି। ଦେଶରେ ମୋଟ ୭ଟି ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ଦେଶରେ ଆତଙ୍କ ଖେଳି ଯାଇଛି। ଲୋକମାନେ ଆଶା ଓ ଆଶଙ୍କାରେ ଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ତାଙ୍କ କହିବା କଥା ଯେ ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।

Leave a Reply

Your email address will not be published. Required fields are marked *