ପଦ୍ମଶ୍ରୀ କମଳା ପୂଜାରୀ କୋରାପୁଟର ଜଣେ ଆଦିବାସୀ ମହିଳା ଥିଲେ। ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସେ ବହୁତ ଜଣାଶୁଣା |ସେ ପାରମ୍ପାରିକ ଚାଷ ପ୍ରତି ଆଗ୍ରହୀ ଥିଲେ । ସେ କୋରାପୁଟର ଜୟପୁର ଠାରେ ଥିବା ଏମଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନରୁ ମୌଳିକ କୌଶଳ ଶିଖିଥିଲେ । ତାଙ୍କର ଜୈବିକ ଚାଷ କ୍ଷେତ୍ରରେ ବହୁ ଅବଦାନ ରହିଛି । ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜି ଏହି ମହାନ ବ୍ୟକ୍ତି ଜଣକ ଆମ ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି ।