ମହାକାଶରେ ବିକ୍ରମ-ଏସ୍ ଦେଖାଇବ ବିରାଟ ରୂପ, ୧୧.୩୦ମିନିଟ୍‌ରେ ଶ୍ରୀହରିକୋଟରୁ ଲଞ୍ଚ୍

ମହାକାଶରେ ଭାରତର ଆଧିପତ୍ୟ ବିସ୍ତାର । ସ୍ପେସ୍ ସାଇନ୍ସରେ ଆଉ ପାଦେ ଆଗକୁ ବଢିଲା ଭାରତ । ଶୁକ୍ରବାର ଦେଶର ପ୍ରଥମ ବେସରକାରୀ କମ୍ପାନୀ ଦ୍ବାରା ନିର୍ମିତ ରକେଟ୍‌ର ଉତ୍‌କ୍ଷେପଣ ହେବ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସତିଶ୍ ଧବନ ଲଞ୍ଚ୍ ପ୍ୟାଡରୁ ବିକ୍ରିମ-ଏସ୍‌କୁ ଲଞ୍ଚ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଶୁକ୍ରବାର ୧୧.୩୦ ମିନିଟରେ ବିକ୍ରିମ-ଏସ୍‌କୁ ଲଞ୍ଚ କରାଯିବ । ୪ବର୍ଷ ପୁରୁଣା ବିକ୍ରିମ-ଏସ୍‌କୁ ପ୍ରଥର ଥର ଉତ୍‌କ୍ଷେପଣ କରାଯିବ । ସ୍ବତନ୍ତ୍ର ଜ୍ଞାନ କୌଶଳରେ ଏହାକୁ ବିକଶିତ କରାଯାଇଛି । ବେସରକାରୀ କମ୍ପାନୀ ସ୍କାଇରୁଟ୍ ଏୟାରୋସ୍ପେସ୍ ଅତ୍ୟାଧୁନିକ ରକେଟ୍‌କୁ ତିଆରି କରିଛି । ୨୦୨୦ରେ ମହାକାଶ କ୍ଷେତ୍ରରେ ଅନୁନ୍ଧାନ ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ପରେ ଏହି ରକେଟ୍ ନିର୍ମାଣ ଆରମ୍ଭ କରିଥିଲା ସ୍କାଇରୁଟ୍ ।

ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡରୁ ଏହି ରକେଟ୍‌କୁ ଉତକ୍ଷେପଣ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାକୁ ଗତ ୧୫ ତାରିଖରେ ଲଞ୍ଚ୍ କରିବାକୁ ଯୋଜନା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ଶୁକ୍ରବାର ଲଞ୍ଚ୍ ପାଇଁ ସ୍ଥିର ହୋଇଛି ।  ବିକ୍ରମ-ଏସ୍‌ ମହାକାଶରେ ୮୧ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବ । ଏହାକୁ ସ୍ବର୍ଗତ ବିକ୍ରମ୍ ସାରଭାଇଙ୍କ ନାଁରେ ନାମିତ କରାଯାଇଛି । ୬ମିଟର ଲମ୍ବା ଏହି ରକେଟ୍‌ରେ ଥ୍ରୀଡି ପେଣ୍ଟିଂ କରାଯାଇଛି ।   

Leave a Reply

Your email address will not be published. Required fields are marked *