ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ : ନିମନ୍ତ୍ରିତ ଅତିଥି ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମଙ୍କୁ ଅଟକାଇଲେ ସୁରକ୍ଷାକର୍ମୀ; ରାଗିଗଲେ, ଚିରି ଫୋପାଡ଼ି ଦେଲେ ନିମନ୍ତ୍ରଣ କାର୍ଡ

ରାଷ୍ଟ୍ରପତିଙ୍କ ଗସ୍ତର ଫୋକସରେ ରହିଛି ମୟୂରଭଞ୍ଜ । ଶେଷ କାର୍ଯ୍ୟକ୍ରମ ଭାବେ ବିଶ୍ୱବିଦ୍ୟାଳୟ ସବାମର୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି । ଆଉ ଏଡି ଉତ୍ସବ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ହେଲେ ବିଡମ୍ବନାର କଥା ନିମନ୍ତ୍ରଣ ପାଇଁ ଆସିଥିବା ଅତିଥିଙ୍କୁ ଅଟକାଇଛନ୍ତି ସୁରକ୍ଷାକର୍ମୀ । ଏହି ଅଭିଯୋଗ ଆଣିଛନ୍ତି ଖୋଦ୍ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ ।

ନିମନ୍ତ୍ରଣ କାର୍ଡ ପାଖରେ ଥିଲେ ବି ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ପ୍ରୋଟୋକଲ ଦୃଷ୍ଟିରୁ କିଏ ତାଙ୍କର କେତେ ନିକଟକୁ ଯାଇ ପାରିବେ ସେ ନେଇ ଗାଇଡଲାଇନ ରଖାଯାଇଛି । କିନ୍ତୁ ସରସ୍ୱତୀଙ୍କ ପାଖରେ ଯେଉଁ କାର୍ଡ ରହିଛି ସେଥିରେ ତାଙ୍କୁ ରାଷ୍ଟ୍ରପତିଙ୍କ ଅତି ନିକଟକୁ ଯିବା ପାଇଁ ବାରଣ କରିଛନ୍ତି ସୁରକ୍ଷାକର୍ମୀ । ଏଥିରେ ଉତକ୍ଷିପ୍ତ ହୋଇ ନିଜ ନିମନ୍ତ୍ରଣ କାର୍ଡକୁ ଚିରି ଫୋପାଡି ଦେଇଛନ୍ତି ସରସ୍ୱତୀ ହେମ୍ବ୍ରମ । ଆଉ ରଖିଛନ୍ତି କଡ଼ା ପ୍ରତିକ୍ରିୟା ।

Leave a Reply

Your email address will not be published. Required fields are marked *