ନୂଆଦିଲ୍ଲୀ: ଫେବ୍ରୁଆରୀ ୧ ତାରିଖରେ ସଂସଦରେ ୨୦୨୩-୨୪ ବର୍ଷ ପାଇଁ ବଜେଟ୍ ଆଗତ ହେବ। ଏହା ପୂର୍ବରୁ ଦେଶରେ ବ୍ୟବସାୟୀ, ନିର୍ମାଣ ବିଶେଷଜ୍ଞ ଏବଂ ପରିବେଶବିତଙ୍କ ସହିତ ଆଲୋଚନା କରି ବଜେଟ୍ ପରାମର୍ଶ ଲୋଡ଼ିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଠାରୁ ଏହି ବୈଠକ ଆରମ୍ଭ ହେବାକୁ ଯାଉଛି। ଭିଡିଓ କନଫରେନ୍ସିରେ ଏହି ବୈଠକ ହେବ।
ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏଥିରେ ଲେଖାଯାଇଛି “ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ତାଙ୍କର ପ୍ରଥମ ବଜେଟ ପୂର୍ବ ପରାମର୍ଶ ବୈଠକ ୨୦୨୩ରେ ଯୋଗ ଦେବେ। ପୂର୍ବାହ୍ନ ଓ ଅପରାହ୍ନରେ ଦୁଇଟି ଗ୍ରୁପରେ ଉଦ୍ୟୋଗ ନେତୃତ୍ୱ, ନିର୍ମାଣ ବିଶେଷଜ୍ଞ ଓ ପରିବେଶବିତଙ୍କ ସହିତ ଏହି ବୈଠକ ହେବ।”