ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ମାତ୍ରା ବିପଦଜ୍ଜନକସ୍ତରରେ ପହଞ୍ଚିଛି। ସାଧାରଣ ଜୀବନ ଯାପନ ଗୁରୁତର ପ୍ରଭାବିତ ହୋଇଛି। ପ୍ରବଳ ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଅନଲାଇନରେ ପାଠ ପଢିବାକୁ ସବୁ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି ।
