ଆଜିଠୁ ରାଜ୍ୟରେ ନକ୍ସଲମାନେ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ଏହିକ୍ରମରେ ଅଗଷ୍ଟ ୩ ତାରିଖ ଯାଏ ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ବଢ଼ିବା ଆଶଙ୍କା ରହିଛି। ମାଲକାନଗିରି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆଶଙ୍କା ଅଧିକ ଥିବାରୁ ପଡ଼ୋଶୀ ରାଜ୍ୟରୁ ଯେମିତି ନକ୍ସଲ ନେତାଙ୍କ ପ୍ରବେଶ ରୋକାଯାଇପାରିବ ସେଥିଲାଗି ପଦକ୍ଷେପ ନିଆଯାଇଛି। ସୀମାରେ ସିଲ୍ କରାଯିବା ସହ କମ୍ବିଂ ଅପରେସନ୍କୁଜ ଜୋରଦାର କରାଯାଇଥିବା ସୂଚନା ମିଳିଛି।