ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି ମରାମତି କାର୍ଯ୍ୟ ଆରମ୍ଭ ହେବ।ଏଥିଲାଗି ନୀତିକାନ୍ତିକୁ ଅଗ୍ରୀମ କରାଯାଇଛି। ରାତି ଦୁଇଟାରେ ଶ୍ରୀମନ୍ଦିରର ପହଡ଼ ଖୋଲୁଛି। ଦିନ ୧୨ଟା ୩୦ ମଧ୍ୟରେ ଦ୍ୱିତୀୟ ଭୋଗ ମଣ୍ଡପ ସମାପ୍ତ ଲାଗି ନିଷ୍ପତ୍ତି ହୋଇଛି। ପହିଲି ଭୋଗ ନୀତି ଚାଲୁଥିବାରୁ ଏହା ଅନ୍ୟ ଦିନମାନଙ୍କଠାରୁ ସହଜ ହୋଇପାରେ। ପୁଣି ସାଢ଼େ ୧୨ଟାରୁ ସାଢ଼େ ୫ଟା ଯାଏ ହିଁ କାର୍ଯ୍ୟ ହୋଇ ପାରିବ। ଏହାପରେ ପୁଣି ରୀତି ନୀତି ଆରମ୍ଭ ହେବ। ଏହା ତିନି ମାସ ଯାଏ ଚାଲିବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।
ଶ୍ରୀମନ୍ଦିରରେ ଏଥିଲାଗି ଏଏସ୍ଆଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଥମରେ ପୁରୁଣା ଆବରଣ ଛଡ଼ାଯିବାର ବ୍ୟବସ୍ଥା ହେବ। ଏହାପରେ ପଥର କାନ୍ଥରେ ଥିବା ଫାଟକୁ ଆବଶ୍ୟକ ପାରମ୍ପରିକ ଅଠା ତଥା ଯୋଗିକ ସହାୟତାରେ ବନ୍ଦ କରାଯିବ। ଏହାପରେ ପୁଣିଥରେ ଆବରଣ ଦିଆଯାଇ ମରାମତି କରାଯିବ। ଏଥିଲାଗି ଆବଶ୍ୟକ ଉପକରଣକୁ ଆଜି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବ ଏଏସ୍ଆଇ।