ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି । ଆଜି ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏହି ଅବସରରେ ମହାପ୍ରଭୁଙ୍କ ଠାରେ ଘଣା ଓ ଖଳି ପ୍ରସାଦ ଲାଗିବ । ଶୁଦ୍ଧ ସୁଆରଙ୍କ ଘରଠାରୁ ଆଜି ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ ହେବ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହେବ । ଦଇତାପତି ସେବକ ମାନେ ଶୁଦ୍ଧ ସୁଆରଙ୍କ ଦ୍ବାରା ପ୍ରସ୍ତୁତ ଦିବ୍ୟ ପ୍ରଲେପକୁ ଶ୍ରୀଅଙ୍ଗରେ ଲାଗି କରିବେ । ଅଣସର ଗୃହରେ ଏହି ନୀତି ସଂପୂର୍ଣ୍ଣ ଗୋପନୀୟ ଭାବେ କରାଯିବ ।
