ଆଜି ଜାତୀୟ ପଠନ ଦିବସ। ଭାରତରେ ପାଠାଗାର ଆନ୍ଦୋଳନର ପୂରୋଧା ପୁଥୁଭେଇଲ ନାରାୟଣ ପାନିକର୍ ଶ୍ରାଦ୍ଧ ବାର୍ଷିକୀକୁ ସ୍ମରଣୀୟ କରିବା ଲାଗି ଏହି ଦିବସକୁ ପାଳନ କରାଯାଉଛି। ଶିକ୍ଷା ଓ ଜ୍ଞାନ ପ୍ରସାର ଲାଗି ଏହି ଦିବସ ଉଦ୍ଦିଷ୍ଟ। କେରଳରେ ଏହି କ୍ରମରେ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି।