ଆଜି ମହାନ ବୈଜ୍ଞାନିକ ଡକ୍ଟର ସିଭି ରମଣଙ୍କ ୧୩୪ ତମ ଜନ୍ମ ବାର୍ଷିକୀ

ସିଭି ରମଣ ଭାରତର ସବୁଠାରୁ ବଡ ବୈଜ୍ଞାନିକ ଥିଲେ। ସେ ଜଣେ ପଦାର୍ଥ ବିଜ୍ଞାନୀ ଯିଏ ଆଧୁନିକ ବିଜ୍ଞାନରେ ଅନେକ ଆବିଷ୍କାର କରିଥିଲେ। ଆଜି ଦେଶର ମହାନ ବୈଜ୍ଞାନିକ ଡକ୍ଟର ସିଭି ରମଣଙ୍କ ୧୩୪ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ଦେଶବାସୀ ତାଙ୍କୁ ସ୍ମରଣ କରୁଛନ୍ତି। ସିଭି ରମଣ ୦୭ ନଭେମ୍ବର ୧୮୮୮ରେ ତାମିଲନାଡୁର ଟ୍ରାଇସିନୋପୋଲିରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୧ ନଭେମ୍ବର ୧୯୭୦ରେ ବାଙ୍ଗାଲୋରରେ ମୃତ୍ୟୁବରଣ କରିଥିଲେ।

ସିଭି ରମଣ ଭାରତର ସବୁଠାରୁ ବଡ ବୈଜ୍ଞାନିକ ଥିଲେ। ତାଙ୍କ ପୂରା ନାଁ ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ। ସେ ଜଣେ ପଦାର୍ଥ ବିଜ୍ଞାନୀ ଯିଏ ଆଧୁନିକ ବିଜ୍ଞାନ ତୁଳନାରେ ବ୍ୟାପକ ଆବିଷ୍କାର କରିଥିଲେ। ଆଲୋକର ତରଙ୍ଗ ଦୈର୍ଘ୍ୟରେ ପରିବର୍ତ୍ତନ ହେବାର ଘଟଣାକୁ ସେ ଆବିଷ୍କାର କରିଥିଲେ।

Leave a Reply

Your email address will not be published. Required fields are marked *