ଆଜି ମହଶିବରାତ୍ରି ପାଇଁ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ଓମ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ଶିବାଳୟ । ୨ ଦିନ ଧରି ଆରଡିର ବାବା ଅଖଣ୍ଡଳମଣିଙ୍କ ଜାଗର ଯାତ୍ରା ଚାଲିବ । ଲଡୁବାବାଙ୍କ ପୀଠରେ ରାତି ୧୨ଟାରେ ଉଠିବ ମହାଦୀପ । କପିଳାସରେ ଭୋର ଟା୪.୨୦ରେ ମହାଦୀପ ଉଠିବ । ପୁରୀ ଲୋକନାଥ ପୀଠରେ ଭୋର ୩ ଟାରେ ଉଠିବ ମହାଦୀପ । ଭୋରରୁ ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ।
ଶିବରାତ୍ରି ବ୍ରତ ପାଳନ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ସମୁଦ୍ର ମନ୍ଥନ ବେଳେ ଆଜି ବିଷ ପାନ କରିଥିଲେ ମହାଦେବ । ଶିବରାତ୍ରି ମହିମା ମହାଭାରତର ଶାନ୍ତି ପର୍ବରେ ବର୍ଣ୍ଣିତ । ଶିବରାତ୍ରିକୁ ୪ଟି ପ୍ରହରରେ ସମ୍ପନ କରାଯାଏ । ଫାଲ୍ଗୁନ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ ହୁଏ ଶିବରାତ୍ରି । ଅଖଣ୍ଡ ଦୀପ ଜାଳି ରାତି ଉଜାଗର ରହି ବ୍ରତ ପାଳନର ବିଧି ରହିଛି ।
