ଜୁଲାଇ ୧ ତାରିଖରୁ ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଖୋଦ୍ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହେବାକୁ ପ୍ରତିଶୃତି ଦେଇଛନ୍ତି। କିନ୍ତୁ ଏ ଭିତରେ ୩୧ଟି ସୋମବାର ଭିତରୁ ମାତ୍ର ୭ ଦିନ ଏହି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇଛନ୍ତି। ଆଜିର ଅଭିଯୋଗ ଶୁଣାଣୀ ଅଷ୍ଟମ ଅଭିଯୋଗ ଶୁଣାଣି ହେବ। ଏଥିଲାଗି ୧୦୦୦ ଅଭିଯୋଗ କର୍ତ୍ତାଙ୍କ ଆବେଦନକୁ ଗ୍ରହଣ କରାଯାଇଛି। ସେମାନେ ସିଧାସଳଖ ନିଜର ଦୁଃଖ କାହାଣୀ ମୁଖ୍ୟମନ୍ତ୍ରୀଙ୍କୁ ବଖାଣି ସହାୟତା ମାଗିବେ। ଦିନ ୧୧ଟାରେ ଅଭିଯୋଗ ଶୁଣାଣି ଆରମ୍ଭ ହେବ।
