ଆଜି ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ଏକକ ନିର୍ବାଚନ ବିଧେୟକ ତଥା ‘ଏକ ଦେଶ-ଏକ ନିର୍ବାଚନ’ ବିଧେୟକକୁ ଉପସ୍ଥାପନ କରିବେ। ପ୍ରଥମାର୍ଦ୍ଧରେ ଏହି ବିଧେୟକ ଉପସ୍ଥାପନ ହେବା କାର୍ଯ୍ୟକ୍ରମ ରହିଛି। ଉପସ୍ଥାପନ ହେବା ପରେ ବିଧେୟକକୁ ଅଧିକ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବାକୁ ଏକ ପ୍ରସ୍ତାବ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ୱାଲ ଆଣିବେ। ଏହା ପାରିତ ହେଲେ ଯୁଗ୍ମ କମିଟିକୁ ଏହି ବିଧେୟକ ପଠାଯିବ। ୯୦ ଦିନ ଭିତରେ ଯୁଗ୍ମ କମିଟି ରିପେୋର୍ଟ ଦେଇପାରନ୍ତି। ୨୦୩୪ ମସିହାରୁ ସବୁ ରାଜ୍ୟ ଓ କେନ୍ଦ୍ରର ସମସ୍ତ ନିର୍ବାଚନ ଗୋଟିଏ ସମୟରେ କରାଇବା ଲାଗି ଏହି ବିଧେୟକରେ ବ୍ୟବସ୍ଥା ରହିଛି ।