ଆଜି ଶ୍ରୀବିଗ୍ରହମାନଙ୍କୁ ‘ଫୁଲୁରି ତେଲ ‘ ଲାଗି ହେବ

୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୁରତି ଦିବ୍ୟ ସ୍ନାନ ସରିଲା ପରେ ଶ୍ରୀଜୀଉମାନେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ରହନ୍ତି । ତେଣୁ ଅଣସର ବାସରେ ଥିବା ଶଯ୍ୟାଶାୟୀ ଅସୁସ୍ଥ ମହାପ୍ରଭୁଙ୍କ ଜ୍ଵର ଭଲ କରିବା ପାଇଁ ଆଜି ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ‘ଫୁଲୁରି ତେଲ’ ଲାଗି ହେବ । ପରେ ଶ୍ରୀଜଉ ନବଯୌବନ ପ୍ରାପ୍ତି ହେବେ । ଜ୍ଵର ପୀଡିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତୈଳ ମର୍ଦ୍ଦନର ଏହି ପରମ୍ପରା କାହିଁ କେଉଁ ଅନାଦି କାଳରୁ ରହି ଆସିଛି ।

Leave a Reply

Your email address will not be published. Required fields are marked *