ଆଜି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଘରୋଇ ସଦସ୍ୟମାନେ ବିଧେୟକ ଆଣିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରଶ୍ନୋତ୍ତରକାଳ ପରେ ବିଭିନ୍ନ କମିଟି ଓ ବିଭାଗର ପତ୍ରକୁ ଗୃହରେ ଉପସ୍ଥାପନ କରାଯିବ। ଏହାପରେ ଗୃହରେ ଆଧା ଆଲୋଚନା ହୋଇଥିବା ରେଳ ବାଇ ଆଇନ ସଂଶୋଧନ ବିଧେୟକ ୨୦୨୪କୁ ପୁଣିଥରେ ଆଲୋଚନା ଓ ପାରିତ କରିବାକୁ ବାଚସ୍ପତି ଅନୁମତି ଦେଇପାରନ୍ତି। ଏହାପରେ ପୂର୍ବ ନିର୍ଦ୍ଧାରଣ ଅନୁସାରେ ଗୃହମନ୍ତ୍ରୀ ଅମିତ ଶାହ ବିପର୍ଯ୍ୟୟ ପ୍ରଶମନ ବିଧେୟକକୁ ଉପସ୍ଥାପନ କରିବେ। ଅପରାହତଣ ୩ଟା ୩୦ରୁ ଆରମ୍ଭ ହେବ ଘରେଇ ସଦସ୍ୟଙ୍କ ସଂକଳ୍ପ ଉପସ୍ଥାପନ କାର୍ଯ୍ୟକ୍ରମ ।