ଆମେରିକାର ହ୍ୟୁଷ୍ଟେନ୍ ସହରରେ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ବାତିଲ କରାଯାଇଛି। ଏନେଇ ଇସ୍କନ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ଆସନ୍ତା ୯ ତାରିଖରେ ଏହି ରଥଯାତ୍ରା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାକୁ ନେଇ ଜଗନ୍ନାଥ ଭକ୍ତ ସମାଜ ଉପରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅଦିନରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଏକ ପ୍ରଚାର ଯାତ୍ରା ବୋଲି କହିବା ସହ ଏଥିରେ ପରମ୍ପରା ଓ ପ୍ରଥାର ଉଲ୍ଲଂଘନ ହେଉଛି ବୋଲି ଅଭିଯୋଗ କରିଥିଲେ ଗଜପତି ମହାରାଜା। ଏନେଇ ଗଣମାଧ୍ୟମରେ ଇସ୍କନ କର୍ତ୍ତୃପକ୍ଷଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ।
ଶେଷରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଆଗରେ ମୁଣ୍ଡ ନୁଆଁଇଲା ଇସ୍କନ। ଆମେରିକାର ହ୍ୟୁଷ୍ଟନ୍ରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ସେବାୟତ ଓ ଶ୍ରଦ୍ଧାଳୁମାନେ ତୀବ୍ର ବିରୋଧ କରିବା ପରେ ଇସ୍କନ କର୍ତ୍ତୃପକ୍ଷ ଏହି ଆୟୋଜନରୁ ଦୂରେଇଲା l