ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାରେ ଶପଥ ନେଲେ ନରେନ୍ଦ୍ର ମୋଦୀ । ମୋଦୀଙ୍କ ସହ ୭୧ଜଣ ସାଂସଦ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ୭୧ ମନ୍ତ୍ରୀଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ,୫ ଜଣ ସ୍ଵାଧୀନ ଏବଂ ୩୬ ଜଣ ରାଷ୍ଟ୍ର ମନ୍ତ୍ରୀ ଭାବରେ ନେଲେ ଶପଥ । ସେଥିମଧ୍ୟରୁ ୨୭ ଟି ଓବିସି ବର୍ଗର ହୋଇଥିବାବେଳେ ୧୦ ଟି ଏସସି ବର୍ଗର । ମୋଦୀଙ୍କ ତୃତୀୟ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଲେ ଓଡିଶାର ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ ଓ ଅଶ୍ଵିନ ବୈଷ୍ଣବ । ବିଜେପି ବ୍ୟତୀତ ଏନଡ଼ିଏର ସହଯୋଗୀଦଳମାନେ ୧୨ ଟି ମନ୍ତ୍ରୀପଦ ପାଇଛନ୍ତି ।
