ଆସନ୍ତା ୧୭ ତାରିଖରୁ ରାତି ଦୁଇଟା ବେଳେ ଶ୍ରୀମନ୍ଦିରର ଦୁଆରଫିଟା ଅନୁଷ୍ଠିତ ହେବ

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ। ଏଥିଲାଗି ଏଏସ୍‍ଆଇ ଓ ପ୍ରଶାସନର ଉପସ୍ଥିତିରେ ଛତିଶା ନିଯୁକ ଅନୁମତି ପ୍ରଦାନ କରିଛି। ଏହି ମରାମତି କାର୍ଯ୍ୟ ପ୍ରାୟ ୩ ମାସ ସମୟ ଲାଗିବ। ଏହି ସମୟ ଭିତରେ ରାତି ଦୁଇଟା ବେଳେ ଶ୍ରୀମନ୍ଦିରର ଦୁଆରଫିଟା ଅନୁଷ୍ଠିତ ହେବ। ଦିନ ୧୨ଟା ୩୦ ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବ। ଏହାପରେ ଦର୍ଶନ ଓ ନୀତିକାନ୍ତି ବନ୍ଦ ରହି ମରାମତି କାର୍ଯ୍ୟ ଆରମ୍ଭ ହେବ। ସାଢ଼େ ୫ଟା ବେଳେ ମରାମତି କାର୍ଯ୍ୟ ଶେଷ ହୋଇ ଦର୍ଶନ ଆରମ୍ଭ ହେବ। ସମ୍ପୂର୍ଣ୍ଣ ମରାମତି ସମୟରେ ବାହାରକାଠରୁ ଦର୍ଶନ କରିବେ ଭକ୍ତ।

Leave a Reply

Your email address will not be published. Required fields are marked *