ଆସନ୍ତା ୮ ତାରିଖରେ ମିଳିବ ସୁଭଦ୍ର୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଯାଜପୁରରେ ଏକ ସମାରୋହ ଆୟୋଜନ କରି ରାଜ୍ୟ ସରକାର ଏହି ଅର୍ଥ ବଣତ୍ଟନ ଆରମ୍ଭ ହେବ। ଏନେଇ ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାର ଏେହି ଆବଣ୍ଟନ ଲାଗି ୧୧ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସଂଯୁକ୍ତ ରହିଛି ସେମାନଙ୍କୁ ଏହି ଅର୍ଥ ମିଳିବ। ଯେଉଁମାନଙ୍କର ନାହିଁ ସେମାନେ ତୁରନ୍ତ ତାହାର ସମାଧାନ କରିପାରିବେ। ପୁଣି ମାର୍ଚ୍ଚ ୩୦ ତାରିଖ ଯାଏ ଏହି ସମାଧାନ କରାଯାଇପାରିବ। ଏହା ହେଲେ ୨୦୨୪ର ଦୁଇଟିଯାକ କିସ୍ତି ଅର୍ଥ ଏକ ସଙ୍ଗେ ମିଳିବ ବୋଲି ସେ କହିଛନ୍ତି।