କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ଶାସକ ଦଳ ଲିବେରାଲ ପାର୍ଟି ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। କିନ୍ତୁ ତାଙ୍କ ଉତ୍ତରାଧିକାରୀ ଚୟନ ହେବା ପରେ ହିଁ ସେ ଇସ୍ତଫା ଦେବେ ବୋଲି ଆଜି ଘୋଷଣା କରିଛନ୍ତି। ଟ୍ରୁଡୋଙ୍କୁ ତାଙ୍କ ଦଳ ଲିବେରାଲ ପାର୍ଟି ଭିତରୁ ବିରୋଧରୁ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ୯ ବର୍ଷ ହେଲାଣି ସେ କାନାଡାର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ହେଲେ ଖଲିସ୍ତାନ ନେତାଙ୍କ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ତାଙ୍କୁ ବିବାଦ ଘେରକୁ ନେଇଥିଲା। ଭାରତ ପକ୍ଷରୁ ଏହାକୁ ବିରୋଧ କରାଯିବାରୁ ଉଭୟ ଦେଶ ମଧ୍ୟରେ କୂଟନୀତିକ ବିବାଦ ଆରମ୍ଭ ହୋଇଥିଲା।