ଋଷ ଏବଂ କ୍ରିମିଆକୁ ଯୋଡୁଥିବା ବ୍ରିଜରେ ବିସ୍ଫୋରଣ ହୋଇଛି । ଋଷ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦୁଇ ଦେଶକୁ ଯୋଡୁଥିବା ଏହି ମୁଖ୍ୟ ବ୍ରିଜରେ ଶନିବାର ବିସ୍ଫୋରଣ ହୋଇଛି ।
ମାଲବାହୀ ଟ୍ରେନର ଫ୍ୟୁଏଲ ଟ୍ୟାଙ୍କରେ ବିସ୍ଫୋରଣ ହୋଇଥିଲା । ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।ବିସ୍ଫୋରଣ ପରେ ରେଳ ବ୍ରିଜ ଏବଂ ସଡକରେ ଯାତାୟତକୁ ରୋକିଦିଆଯାଇଛି । ୨୦୧୮ରେ ଏହି ବ୍ରିଜର ଶୁଭାରମ୍ଭ ହୋଇଥିଲା । ଏହା ଖୋଲିବା ପରେ କ୍ରିମିଆରୁ ଋଷକୁ ପରିବହନ ସହଜ ହୋଇଥିଲା