ସମ୍ବିଧାନର ୧୨୯ତମ ସଂଶୋଧନ ବିଧେୟକ ତଥା ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବକୁ ସଂସଦର ଯୁଗ୍ମ ସଂସଦୀୟ କମିଟି ବିଚାର କରିବେ। ଏଥିଲାଗି ସଂସଦ ପକ୍ଷରୁ ସମ୍ପୃକ୍ତ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯାଇଛି। ଏଥିରେ ୩୧ ଜଣ ସଦସ୍ୟ ରହିଛନ୍ତି। ବିଜେପି ସାଂସଦ ପିପି ଚୌଧୁରୀଙ୍କ ନେତୃତ୍ୱରେ ଏହି କମିଟି କାର୍ଯ୍ୟ କରିବେ। ଏହି ପ୍ରସ୍ତାବ ପ୍ରତି ଅଧିକ ସଂଖ୍ୟାରେ ସପକ୍ଷ ମତ ସୃଷ୍ଟି କରିବା ସମ୍ପୃକ୍ତ କମିଟର ମୁଖ୍ୟ ଉଦ୍ଦେଶ୍ୟ। ୯୦ ଦିନ ଭିତରେ ଏହି କମିଟି ରିପୋର୍ଟ ଦେବାକୁ କୁହାଯାଇଛି। ଆବଶ୍ୟକ ହେଲେ ଏହାର ଅବଧି ବଢ଼ିପାରେ। ଓଡ଼ିଶାରୁ ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର ପ୍ରମୁଖ ଏହି କମିଠିର ସଦସ୍ୟ ରହିଛନ୍ତି। କଂଗ୍ରେସ ର ନବ ନିର୍ବାଚତ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ।
