ପ୍ରକାଶ ପାଇଛି ଓଏଏସ ପରିକ୍ଷା ଫଳ । ଏଥିରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ୩ ଜଣ ଅତିରିକ୍ତ ତହସିଲଦାର ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

ଗତକାଲି ପ୍ରକାଶ ପାଇଥିବା ଓଏ ଏସ ତାଲିକାରେ ଏମାନଙ୍କ ନାମ ରହିଛି । ସେମାନେ ହେଲେ ବୀରେନ୍ଦ୍ର କୁମାର ତ୍ରିପାଠୀ ଅତିରିକ୍ତ ତହସିଲଦାର ବାଲିଗୁଡା, ମାନସ ରଞ୍ଜନ ମଲ୍ଲିକ ଅତିରିକ୍ତ ତହସିଲଦାର, ଜି ଉଦୟଗିରି ବର୍ତମାନ ବାଲିଗୁଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ, ଓ ତପନ କୁମାର ମଲ୍ଲିକ, ଅତିରିକ୍ତ ତହସିଲଦାର ଫିରିଙ୍ଗିଆ ।
ଓଏଏସ ପାଇବା ପରେ ଏମାନଂକୁ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ବାଲିଗୁଡା ଉପଜିଲାପାଳ ଦୁଃଖ ବନ୍ଧୁ ନାୟକଙ୍କ ସମେତ ବହୁ ପଦସ୍ତ ଅଫିସର, କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।