ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଓବିସିକୁ ୫୨ ପ୍ରତିଶତ ସଂରକ୍ଷଣ ଦିଅ। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏପରି ଦାବି କରିଛି ଅଖିଳ ଭାରତୀୟ ଓବିସି ଛାତ୍ର ସଂଘ (AIOBCSA)। ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦେଶରେ ଜାତିଗତ ଜନଗଣନା କରିବାକୁ ଅନୁରୋଧ କରିବା ସହିତ ଓବିସି ସମ୍ପ୍ରଦାୟ ପାଇଁ ଏଭଳି ଦାବି କରିଛନ୍ତି ସଂଗଠନ।
ଚିଠିରେ କୁହାଯାଇଛି “ ଦେଶରେ ଜାତିଗତ ଜନଗଣନା କରିବାକୁ ଅନୁରୋଧ କରୁଛୁ। ସେମାନଙ୍କର ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛରେ ଥିବା ସ୍ଥିତିକୁ ଦେଖି ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଆଯାଉ। ଜାତିଗତ ଜନଗଣନା ଏକ ଐତିହାସିକ ଅପେକ୍ଷା। ୧୯୩୧ ପରେ ଦେଶରେ ପୂର୍ଣ୍ଣାମାତ୍ରାରେ ଜାତିଗତ ଜନଗଣନା କରାଯାଇ ନାହିଁ।” ତୃଣମୂଳ ସ୍ତରରେ ଜାତିଗତ ଜନଗଣନା କରିବା ଏକ ଐତିହାସିକ ସୁଯୋଗ ବୋଲି ଓବିସି ସଂଘ ସଭାପତି ଗୌଡ କିରଣ କୁମାର।
ଜାତିଗତ ଜନଗଣନା କଲେ କେବଳ ଓବିସି ନୁହେଁ ଅନ୍ୟ ପଛୁଆ ବର୍ଗର ଲୋକମାନେ ସଂରକ୍ଷଣରେ ସେମାନଙ୍କର ଭାଗ ପାଇପାରିବେ। ଯଦି ଜାତିଗତ ଜନଗଣନା ନ କରାଯାଏ ତେବେ ଓବିସିକୁ ସଶକ୍ତ କରିବାରେ ଆମେ ଏକ ଐତିହାସିକ ସୁଯୋଗ ହରାଇବା ବୋଲି ସଂଘର ସଭାପତି କହିଛନ୍ତି।