ଚାନ୍ଦିପୁରରେ ବୋଟର ମଜା ନେଉଛନ୍ତି ପର୍ଯ୍ୟଟକ

୨୦ ସିଟ ବିଶିଷ୍ଟ ବୋଟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି ପର୍ଯ୍ୟଟକ I ବୋଟରେ ବସି ବଳଙ୍ଗ ନଦୀର ମନୋରମ ଦୃଶ୍ୟକୁ ବେଶ ନିକଟରୁ ଦେଖିପାରୁଛନ୍ତି ପର୍ଯ୍ୟଟକ I ଯାହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି I ଚାନ୍ଦିପୁର ସ୍ଥିତ ନାଉପାଳଗଡିସ୍ଥିତ ବୁଢ଼ାବଳଙ୍ଗ ନଦୀରେ ବୋଟର ବ୍ୟବସ୍ତା କରାଯାଇଛି I ଚାନ୍ଦିପୁରସ୍ଥିତ ପୂର୍ବୀ ଵିଚ ରିସୋର୍ଟ ତରଫରୁ ଏକ ଅଭିନବ ପ୍ରୟାସ କରାଯାଇଅଛି I ଦୀର୍ଘ ୮ ମାସ ହେବ ନାଉପାଳଗଡିସ୍ଥିତ ବୁଢ଼ାବଳଙ୍ଗ ନଦୀରେ ବୋଟର ମଜା ନେଇପାରୁଛନ୍ତି ପର୍ଯ୍ୟଟକ I ବୋଟରେ ବସି ନଦୀ ସହ ସମୁଦ୍ରର ମଜା ନେବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ମିଳିନାହିଁ I ପୂର୍ବରୁ ପର୍ଯ୍ୟଟକମାନେ ସ୍ଥଳ ଭାଗରେ ରହି କେବଳ ବୋଟ ଗୁଡିକ ଦେଖୁଥିଲେ କିନ୍ତୁ ବୋଟରେ ବୁଲିବାର ମଜା ନେଇପାରୁନଥିଲେ I ଏହାକୁ ଉପଲବ୍ଧି କରି ପର୍ଯ୍ୟଟକଙ୍କ ପାଇଁ ଏକ ୨୦ ସିଟ ବିଶିଷ୍ଟ ପାସେଞ୍ଜର ବୋଟ ଆରମ୍ଭ କରିଛନ୍ତି I ଏଥିପାଇଁ ଓଡିଶା ସରକାରଙ୍କ ଆନ୍ତଃରାଜ୍ୟ ଜଳପଥ ବିଭାଗ ତରଫରୁ ପଞ୍ଜିକରଣ କରାଯାଇ ସରକାରଙ୍କ ନିୟମ ଅନୁସାରେ ସୁରକ୍ଷାକୁ ଗୁରୁତ୍ଵ ଦେଇ ଚାଲୁଛି I ଚାନ୍ଦିପୁରର ନାଉପାଳଗଡିସ୍ଥିତ ରାଧାକୃଷ୍ଣ ମନ୍ଦିର ଛକ ନିକଟରୁ ପ୍ରତିଦିନ ବୋଟର ମଜା ପର୍ଯ୍ୟଟକ ଉଠାଉଛନ୍ତି I ବୁଢ଼ାବଳଙ୍ଗ ନଦୀର ଶେଷ ଏବଂ ବଙ୍ଗୋପସାଗରର ଆରମ୍ଭ ସୀମାରେ ପର୍ଯ୍ୟଟକଙ୍କୁ ଏହି ବୋଟ ବୁଲେଇ ଆଣୁଛି, ଯାହା ଦ୍ୱାରା ବଳାରାମଗଡ଼ି ପରି ଏକ ମାଛଧରା କେନ୍ଦ୍ରରେ ପର୍ଯ୍ୟଟକମାନେ ଆନନ୍ଦ ଉପଭୋଗ କରୁଛନ୍ତି I ନଦୀ ଓ ସମୁଦ୍ରର ମିଳନସ୍ଥଳକୁ ବୋଟରେ ବୁଲି ଦେଖିପାରୁଛନ୍ତି I ବୁଢ଼ାବଳଙ୍ଗ ନଦୀର ଅପୂର୍ବ ଦୃଶ୍ୟ ଉଭୟ ପାର୍ଶ୍ୱରେ ଗ୍ରାମରାଜି, ଜିରୋ ପଏଣ୍ଟରେ ସୂର୍ଯ୍ୟସ୍ଥ ଓ ସୂର୍ଯ୍ୟୋଦୟ ଏବଂ ଜୁଆରଭଟ୍ଟା ର ମଜା ନେଇପାରୁଛନ୍ତି I କାରଣ ଚାନ୍ଦିପୁରର ବଙ୍ଗପୋସାଗରର ସମତଳ ରହିଥିବା କାରଣରୁ ପର୍ଯ୍ୟଟକମାନେ ଏହି ଯାତ୍ରୀ ଭ୍ରମଣ ବୋଟରେ ଜୁଆର ଭଟ୍ଟାର ଅନୁଭବ ନେଇପାରୁଛନ୍ତି I ଏଥି ସହିତ ମୁହାଣ ନିକଟରେ ଥିବା ପନ୍ତାର ଅପୂର୍ବ ଶୋଭାରାଜି, ନାଲି କଙ୍କଡା ଆଦି ପର୍ଯ୍ୟଟକ ଦେଖୁଛନ୍ତି I ଏଥି ସହିତ ସେଠାରେ ସ୍ତୃଷ୍ଟି ହୋଇଥିବା ଦୀପରେ (କୀଆଗଡି) ବିଦେଶାଗତ ପକ୍ଷୀଙ୍କ ଆଗମନ ହେଉଛି I ବଳରାମଗଡ଼ିରେ ବ୍ୟବସାହିକା ହିସାବରେ ମାଛ ଧରିବାର ଶହ ଶହ ବୋଟ ନଦୀରେ ଚଳାଚଳ କରୁଛି, କିନ୍ତୁ ପର୍ଯ୍ୟଟକ ବୁଲିବା ପାଇଁ ବଳଙ୍ଗ ନଦୀରେ ବୋଟ ନଥିଲା I ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ଏକ ପ୍ରୟାସ ଆରମ୍ଭ କରିଛି I ଏଥିରେ ଜଣେ ଡ୍ରାଇଭର ଆଉ ଜଣେ ହେଲପର ଅଛନ୍ତି I ସକାଳରୁ ପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଏହି ବୋଟ୍ ର ସୁବିଧା ମିଳିପାରୁଛି I

Leave a Reply

Your email address will not be published. Required fields are marked *