ଚାନ୍ଦି ମେଢ଼ରେ ଝଲସିବେ ମା’

ଦୁର୍ଗାପୂଜା ଅବସରରେ ବାଲେଶ୍ୱର ସହରରେ ବିଭିନ୍ନ କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ କରାଯାଉଛି ତ ଆଉ କେଉଁଠି ଲାଇଟିଙ୍ଗକୁ ଅଧିକ ଗୁରୁତ୍ଵ ଦିଆଯାଉଛି I ମାତ୍ର ବାଲେଶ୍ୱର ସହରରେ ଏପରି ଦୁର୍ଗା ପୂଜା ହେଉଛି ଯେଉଁଠି ଚାନ୍ଦିମେଢରେ ପୂଜା ପାଆନ୍ତି ମା ଦୁର୍ଗା ଇ ବାଲେଶ୍ୱର ତଥା ଉତ୍ତର ଓଡ଼ିଶାର ସର୍ବପ୍ରଥମେ ଚାନ୍ଦିମେଢ ଭାବେ ମୋତିଗଞ୍ଜ ସ୍ଥିତ ଚାଉଳିଆସାହିର ଦୁର୍ଗାପୂଜା I ଯାହାକି ମୂଖ୍ୟ ଆକର୍ଷଣ I ଏଥି ସହିତ ଏହି ପୂଜାରେ ମାଆଙ୍କୁ ପ୍ରତିବର୍ଷ ଅସଲି ବନାରସି ପାଟ ଶାଢ଼ୀ ପରିଧାନ କରାଯାଇଥାଏ I ଚାନ୍ଦିମେଢ ଓ ବନାରସୀ ପାଟ ଶାଢ଼ୀ ଚାଉଳିଆସାହି ଦୁର୍ଗା ପୂଜାର ମୁଖ୍ୟ ଆକର୍ଷଣ I ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ଚାନ୍ଦି, ରୂପା ଓ ସୁନା ଅଳଙ୍କାରରେ ମା ଦୁର୍ଗାଙ୍କୁ ସଜ୍ଜିତ କରାଯାଏ I ୧୯୯୯ ମସିହାରୁ ଚାଉଳିଆସାହିରେ ଦୁର୍ଗାପୂଜା ହୋଇଆସୁଅଛି I ପ୍ରତିବର୍ଷ ପ୍ରାୟ ୩୦ କିଲୋ ଚାନ୍ଦିରେ ମାଙ୍କ ମେଢ ପ୍ରସ୍ତୁତ ହୁଏ I ମାଆଙ୍କ ଅସ୍ତ୍ରଶସ୍ତ୍ରରେ ମଧ୍ୟ ଚାନ୍ଦିରେ ନିର୍ମିତ ହୋଇଥାଏ I ରାଧାଗୋବିନ୍ଦ କଲଚୁରାଲ କ୍ଲବ ପକ୍ଷରୁ ଚଳିତ ବର୍ଷ ୪୩ତମ ଦୁର୍ଗାପୂଜା ପାଳିତ ହେବ I ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ୨ଲକ୍ଷ ତାଙ୍କ ବଜେଟ ରହିଛି I ୯ ଫୁଟର ମାଙ୍କ ମୂର୍ତି ରହିଥିବାବେଳେ ୧୫ଫୁଟ ମେଢ଼ର ଉଚ୍ଚତା ରହିଛି I ଏହି ମଣ୍ଡପରେ ମା ଦୁର୍ଗା ଲକ୍ଷ୍ମୀ, କାଳୀ ଓ ସରସ୍ବତୀ ଭାବେ ପୂଜା ପାଆନ୍ତି I

Leave a Reply

Your email address will not be published. Required fields are marked *