ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ

ଭାରତ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ହରାଇଲା।ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ଆଗରେ ବିଜୟ ପାଇଁ ୨୬୫ ରନର ଲକ୍ଷ୍ୟ ରଖାଯାଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ ଭଲ ଆରମ୍ଭ କରିଥିଲେ ବି ଗିଲ୍ ମାତ୍ର ୮ ରନ କରି ଆଉଟ ହୋଇଯାଇଥିଲେ। ତେବେ ରୋହିତ ଶର୍ମା ଓ ବିରାଟ କୋହଲି ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ୨୮ ରନ କରି ଆଉଟ ହୋଇଥିଲେ ବି ବିରାଟ ଲଢୁଆ ବ୍ଯାଟିଂ କରି ଦଳକୁ ବିପଦମୁକ୍ତ କରିବା ସହ ବିଜୟରେ ସବୁଠାରୁ ବଡ ଯୋଗଦାନ ଦେଇଥିଲେ । ସେ ୮୪ରନ କରିଥିଲେ । ଶ୍ରେୟୟ ଆୟର ୪୫ ରନ ଓ କେଏଲ ରାହୁଲ ୪୨ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ ।

Leave a Reply

Your email address will not be published. Required fields are marked *