ଜମ୍ମୁକଶ୍ମୀରରେ ପୁଣି ସେନାର ଗୁଳିରେ ଟଳିପଡିଲେ କୁଖ୍ୟାତ ଆତଙ୍କବାଦୀ । ସୋମବାର ସକାଳେ ଅନ୍ତନାଗରେ ବଡ ଧରରଣ ଏନକାଉଣ୍ଟର ହୋଇଛି । ଘଟଣାରେ ହିଜବୁଲ ମୁଜାହିଦ୍ଦିନର ୨ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ନିହତ କରିଛି ଜମ୍ମୁକଶ୍ମୀର ପୁଲିସ ଓ ସେନାର ମିଳିତ ଟିମ ।

ବିଶେଷ କରି ଦକ୍ଷିଣ କଶ୍ମୀରରେ ହିଜବୁଲ, ଜୈଶ ଏ ମହମ୍ମଦର ଆତଙ୍କୀ ସଂଗଠନ ବେଶ ସକ୍ରିୟ ରହିଛି । ଅନ୍ୟପଟେ ଏମାନଙ୍କୁ ନିପାତ କରିବା ପାଇଁ ସେନା ମଧ୍ୟ ନିଜର ଅପରେସନକୁ ଜୋରଦାର ଜାରି ରଖିଛି । ଏବେ ସୁଦ୍ଧା ମୋଟ ୨୫ଟି ଏନକାଉଣ୍ଟର ମୋଟ ୨୦ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି ।