ଟି-୨୦ ବିଶ୍ୱକପ୍-୨୦୨୪ର ଅଷ୍ଟମ ମୁକାବିଲାରେ ଭାରତ ପ୍ରଥମେ ଆୟର୍ଲାଣ୍ଡକୁ ଭେଟିଥିଲା । ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ଟି-୨୦ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ଋଷଭ ପନ୍ତ ଅପରାଜିତ ୩୬ ରନ୍ ସଂଗ୍ରହ କରିଥିଲେ। ଟିମ୍ ଇଣ୍ଡିଆ ନିଜର ପ୍ରଥମ ମୁକାବିଲା ଜିତିବା ସହ ବିଜୟରୁ ଭାରତର ଟି-୨୦ବିଶ୍ଵକପ ଅଭିଯାନ ଆରମ୍ଭ ।
