କୋଭିଡ୍ ସଂକ୍ରମିତ ବି ଖେଳିପାରିବେ ଟି-୨୦ ବିଶ୍ୱକପ୍ । ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜନକୁ କୋଭିଡ୍ ମୁକ୍ତ କରିଛି ଅଷ୍ଟ୍ରେଲିଆ । ଚଳିତ ବିଶ୍ୱକପ୍ରେ କୋଭିଡ୍ ସଂକ୍ରମିତ ଖେଳାଳି ଇଚ୍ଛା କଲେ ମ୍ୟାଚ୍ ଖେଳିପାରିବେ ବୋଲି ଘୋଷଣା କରାଯାଇଛି । ବିଶ୍ୱକପ୍ ଅବସରରେ କୋଭିଡ୍ ପରୀକ୍ଷାକୁ ବାଧ୍ୟତାମୂଳକ କରାଯିବନି କିମ୍ବା କୋଭିଡ୍ ସଂକ୍ରମିତ କୌଣସି କଟକଣା ରଖାଯିବନି ବୋଲି ସ୍ପଷ୍ଟ କରାଯାଇଛି । ଫଳରେ କୌଣସି ବି ଖେଳାଳି କୋଭିଡ୍ ପଜିଟିଭ୍ ଆସିଲେ ମଧ୍ୟ ସେ ସୁସ୍ଥ ଅନୁଭବ କରୁଥିଲେ ମ୍ୟାଚ୍ ଖେଳିପାରିବେ ।

ସେହି ଖେଳାଳିଙ୍କୁ ଡାକ୍ତରୀ ଦଳର ପରାମର୍ଶକ୍ରମେ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିପାରିବ । ସଂକ୍ରମିତ ଖେଳାଳିମାନେ ମାସ୍କ ପିନ୍ଧିବେ ଓ ଅନ୍ୟ ଖେଳାଳିଙ୍କଠାରୁ ଦୂରତା ବଜାୟ ରଖିବେ ବୋଲି ଆୟୋଜକ କହିଛନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆ ଟେନିସ୍ ସୁପରଷ୍ଟାର ନୋଭାକ୍ ଜୋକଭିକ୍ କୋଭିଡ୍ ଟେଷ୍ଟ କରିନଥିବାରୁ ଅଷ୍ଟ୍ରେଲିଆନ୍ ଓପନ ଖେଳିବାର ସୁଯୋଗ ଦେଇନଥିଲା । ଏବେ ସେହି ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ଆୟୋଜନକୁ କୋଭିଡ୍ ମୁକ୍ତ କରିଛି । ସେପଟେ ଭାରତୀୟ ଦଳ ଆଜି ପ୍ରଥମ ଅଭ୍ୟାସ ମ୍ୟାଚ୍ ଘରୋଇ ଦଳ ବିପକ୍ଷରେ ଖେଳିବ ।