ଢାକାରେ ପାକିସ୍ତାନ ଆଇଏସଆଇ ମୁଖ୍ୟ

ବଢୁଛି ପାକିସ୍ତାନ –ବାଂଲାଦେଶ ସାମରିକ ସମ୍ପର୍କ । ପାକିସ୍ତାନକୁ ତାଲିବାନ ଭୟ ।ଦୁଇଖଣ୍ଡ ହୋଇଯିବ ପାକିସ୍ତାନ । ଜାରି ରହିଛି ସରକାର ସେନା ବିରୋଧରେ ବିଦ୍ରହୋ । ତାଲିବାନ ସମର୍ଥିତ ତେହେରିକ ଇ-ତାଲିବାନ ବଢାଇଛି ପାକିସ୍ତାନ ଚିନ୍ତା ।  ପାକିସ୍ତାନ ସେନା ସହ ଦେଶ ଭିତରେ ଓ ସୀମାରେ ଦୀର୍ଘ ଦିନ ହେବ ଲଢେଇ । ଏହି ଆତଙ୍କବାଦୀ ସଂଗଠନର ଅଧିକାଂଶ ସଦସ୍ୟ ଆଫଗାନିସ୍ତାନରୁ  କରୁଛନ୍ତି ଅପରେଟ । ତେହେରିକ ଇ-ତାଲିବାନ ଓ ବେଲୁଚ ବିଚ୍ଛନ୍ନତାବାଦୀମାନେ ଚଳାଇଛନ୍ତି ବିଦ୍ରୋହ । ପାକିସ୍ତାନ ଭିତରେ ହିଁ ରହିଛି ଟିଟିପିର ଗଡ କୁହାଯାଉଥିବା ନଙ୍ଗାହାର ରାଜ୍ୟ । ୨୦୨୩ରୁ ପାକିସ୍ତାନ ଭିତରେ ଏକ ଗୁପ୍ତ ସରକାର ଚଲାଉଛି ଟିଟିପି । ଯାହାକୁ ଆଜିଯାଏଁ  ନିଜ ଅକ୍ତିଆରକୁ  ଆଣିବାରେ ବିଫଳ ପାକିସ୍ତାନ । ତାଲିବାନ ଶାସନକୁ ଫେରିବା ପରଠୁ ଆତଙ୍କବଦୀ ସଂଗଠନ ଟିଟିପି ଅଧିକ ଶକ୍ତିଶାଳୀ ହୋଇଛି ।

Leave a Reply

Your email address will not be published. Required fields are marked *