ତପୋବନ ହାଇସ୍କୁଲରେ ରାଷ୍ଟ୍ରପତି : ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ

 ହଜିଲା ସ୍ମୃତି ସାଉଁଟିବେ ରାଷ୍ଟ୍ରପତି । ନିଜେ ପଢିଥିବା ସ୍କୁଲରେ ଦ୍ରୌପଦୀ ମୁର୍ମୁ । ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚବିଦ୍ୟାଳରେ ୧୦ ମିନିଟ୍ ବିତାଇବେ ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତି ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲକୁ ଆସିଛନ୍ତି । ସେଠାରେ ୧୨ ମିନିଟ୍ ରହିବେ । ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଏହା ପରେ ସେଠାରୁ ଯିବେ ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟ ।

ସେଠାରେ ସେ ପୁରୁଣା ସ୍ମୃତିକୁ ମନେ ପକାଇବେ । ୧୯୭୦ରୁ ୭୪ ମସିହାର ସମୟକୁ ଫେରିଯିବେ । ସହପାଠୀଙ୍କ ସହ କଥା ହେବେ । ୧୩ ଜଣ ସହପାଠୀଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ସ୍କୁଲରେ ପହଂଚିବା ମାତ୍ରେ ପ୍ରଥମେ ଛାତ୍ରଛାତ୍ରୀ ଡ୍ରମ୍ ବଜାଇ ସ୍ୱାଗତ କରିବେ । ଏହା ପରେ ପିଲାମାନେ ସ୍ୱାଗତ ସଙ୍ଗୀତରେ ବନ୍ଦେ ଉକ୍ରଳ ଜନନୀ ଗାନ କରିବେ । ଏହା ସହ ପିଲାମାନେ ସେହି ସମୟରେ ସାନ୍ତାଳୀ ନୃତ୍ୟ ମଧ୍ୟ ପରିବେଷଣ କରିବେ । ରାଷ୍ଟ୍ରପତି ପଢୁଥିବା ବେଳେ କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ରହୁଥିଲେ । ସେହି ଛାତ୍ରୀନିବାସ ପରିଦର୍ଶନ କରି ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ସହ ଜୟଦେବ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ସାମିଲ ହେବେ । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏ.ଆଇ.ସି.ଟି.ଇ ଦ୍ୱାରା ଓଡିଆ ଭାଷାରେ ପ୍ରସ୍ତୁତ ଇଂଜିନିୟରିଂ ବହି ଲୋକାର୍ପଣ କରିବେ । ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ ପୋର୍ଟାଲରେ ‘ଇ-କୁମ୍ଭ’ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ଏଥିସହ ଯାନ୍ତ୍ରିକ ଶବ୍ଦକୋଷ ଲୋକାର୍ପଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Leave a Reply

Your email address will not be published. Required fields are marked *