ତାଜମହଲର ୨୨ କୋଠରୀ ଖୋଲିବା ପାଇଁ ଦାଖଲ ଯାଚିକା ଖାରଜ

ନୂଆଦିଲ୍ଲୀ: ତାଜମହଲ ଇତିହାସ ଏବଂ ସ୍ମାରକର ପରିସରରେ ଥିବା ୨୨ କୋଠରୀକୁ ଖୋଲି ତଥ୍ୟାତ୍ମକ ଯାଞ୍ଚ କରିବା ସହ ଜଡିତ ଯାଚିକାକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏହାସହ ଏହାକୁ ନିଜ ହିତର ଯାଚିକା ବୋଲି କହିଛନ୍ତି । ନ୍ୟାୟମୂର୍ତ୍ତି ଏମ.ଆର. ଶାହ ଏବଂ ନ୍ୟାୟମୂର୍ତ୍ତି ଏମ.ଏମ.ସୁନ୍ଦରେଶଙ୍କ ଖଣ୍ଡପୀଠ ଅହଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଆଲହାବାଦ ହାଇକୋର୍ଟ ଏହି ଯାଚିକାକୁ ଖାରଦ କରିଥିଲେ ।

ଖଣ୍ଡପୀଠ କହିଛନ୍ତି, ‘ହାଇକୋର୍ଟ ଯାଚିକାକୁ ଖାରିଜ କରି ଭୁଲ କରି ନାହାନ୍ତି, ଏହା ଏକ ପ୍ରକାର ହିତ ଯାଚିକା । ଏହାକୁ ଖାରଜ କରାଯାଉଛି ‘।  ମେ ୧୨ରେ ହାଇକୋର୍ଟ କହିଥିଲେ, ‘ଆବେଦନକାରୀ ରଜନୀଶ ସିଂ (ଯିଏ ବିଜେପିର ଅଯୋଧ୍ୟାର ମିଡିଆ ପ୍ରଭାରୀ ଅଛନ୍ତି) କେଉଁ ଆଇନ କିମ୍ୱା ସାମ୍ୱିଧାନିକ ଅଧିକାରର ଉଲ୍ଲଂଘନ କରାଯାଉଛି ତାହା ଦର୍ଶାଇବାରେ ବିଫଳ ହୋଇଥିଲେ’। ଏହାସହ ବେପରୁଆ ଭାବେ ଜନହିତ ଯାଚିକା ଦାଖଲ କରିବା ପାଇଁ ଆବେଦନକାରୀଙ୍କ ଓକିଲଙ୍କୁ କଡା ସମାଲୋଚନା କରିଥିଲେ ଏବଂ ଏହି ମାମଲାରେ ସମ୍ୱିଧାନର ଧାରା ୨୨୬ ଅଧିନରେ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *