ଦୁଇ ଦେଶ ଭିତରେ ସମ୍ପର୍କରେ ଅବିବୃଦ୍ଧି ହେବ ଏବଂ କାରବାର ବଢ଼ିବ ବୋଲି ଆଶା କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ବ୍ୟୁରୋ ଅଫ୍ ଇଣ୍ଡଷ୍ଟ୍ରୀ ଆଣ୍ଡି ସିକ୍ୟୁରିଟି ( ବିଆଇଏସ୍) ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି। ଅପରପକ୍ଷେ ୧୧ ଚୀନ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଯାଇଛି। କଟକଣା ହଟିଥିବା ଭାରତର ତିନି ଅନୁଷ୍ଠାନ ହେଉଛି ବାର୍କ, ଆଇଜିସିଏଆର୍ ଏବଂ ଭାରତୀୟ ରେୟାର ଆର୍ଥ ଲିମିଟେଡ୍।
