୧୨ ମୃତ।ତେଲେଙ୍ଗାନାର ପାଶାମିଲାରାମସ୍ଥିତ ଫାର୍ମା କମ୍ପାନି ସିଗାଚି ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ରେ ସୋମବାର ସକାଳେ ହୋଇଥିବା ଭୟାବହ ରିଆକ୍ଟର ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ୩୪ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଯୋଗୁଁ କାରଖାନାର ଏକ ତିନି ମହଲା କୋଠା ଭୁଶୁଡି ପଡ଼ିଛି। ସକାଳ ୯ଟା ୩୭ ମିନିଟ୍ରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିବା ପରେ ବିଭିନ୍ନ ଷ୍ଟେସନ୍ରୁ ୧୧ଟି ଦମକଳ ଗାଡ଼ି ପହଞ୍ଚିଥିଲା। ଘଟଣାସ୍ଥଳକୁ ୨ଟି ଅଗ୍ନିଶମ ରୋବୋଟ୍, ବିପର୍ଯ୍ୟୟ ମୁକାବିଲା ବାହିନୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ପଠାଯାଇଥିଲା। ସର୍ଚ୍ଚ ଅପରେସନ୍ ଜାରି ରହିଛି। ଆଜି ସକାଳେ ଭଗ୍ନାବଶେଷରୁ ୫ଟି ମୃତଦେହ ଉଦ୍ଧାର କରାଯାଇଥିଲା। ୬ ଜଣ ମୃତକଙ୍କୁ ଚିହ୍ନଟ କରିବା ଲାଗି ସେମାନଙ୍କ ଡିଏନ୍ଏ ପରୀକ୍ଷା କରିବାକୁ ପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।