ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ନାମାଙ୍କନ ଦାଖଲର ଶେଷ ଦିନରେ ନୋମିନେସନ ଫାଇଲ୍ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଏହି ଅବସରରେ ଆୟୋଜିତ ହେବ ଶୋଭାଯାତ୍ରା ଓ ବହୁ ବରିଷ୍ଠ ନେତା ଏଥିରେ ସାମିଲ ହେବେ। ଅନ୍ୟପଟେ ଧାମନଗରରେ ବିଜେଡି ନେତା ରାଜେନ୍ଦ୍ର ଦାସଙ୍କୁ ନେଇ ସୃ୍ଷ୍ଟି ହୋଇଛି ସସପେନ୍ସ ।
ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ମଧ୍ୟ ଆଜି ନାମାଙ୍କନ ଦାଖଲ କରି ପାରନ୍ତି । ପୂର୍ବରୁ ଟିକେଟ ଆଶାୟୀ ଥିବା ରାଜେନ୍ଦ୍ର ଦାସ ଏବେ ସ୍ବାଧୀନ ପ୍ରାର୍ଥୀ ହେବା ନେଇ ଜୋର୍ ଧରିଛି ଚର୍ଚ୍ଚା । ବିଜେଡି କ୍ୟାମ୍ପରୁ ଧାମନଗର ପାଇଁ ଅବନ୍ତୀ ଦାସଙ୍କ ନାଁ ଘୋଷଣା ହେବା ପରେ , ରାଜେନ୍ଦ୍ର ଦାସଙ୍କ ସମର୍ଥକ ଖୋଲାଖୋଲି ନିଜର ଅସନ୍ତୋଷ ଜାହିର କରିଛନ୍ତି ।

ଯଦି ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରନ୍ତି ତାହାଲେ ଏହି ଉପନିର୍ବାଚନ ରୋଚକ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି । ଗତକାଲି ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । ବହୁ ହେଭିୱେଟଙ୍କ ସହ ଭଦ୍ରକ ବ୍ଲକ ପରିସରରେ ଥିବା ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯାଇ ନାମାଙ୍କନ ଭରିଥିଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ।
ଅନ୍ୟପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଗାଁକୁ ଗାଁ ବୁଲିବା ସହ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରୁଛନ୍ତି । କମ୍ପିଲାଣି ଧାମନଗର, ଜମିଲାଣି ମାହୋଲ । ଗୋଟେ ପଟେ ବିଜେପି ଅନୁକମ୍ପା ଭୋଟ୍ ଗୋଟାଇବାକୁ ଉଦ୍ୟମ ଚଳାଇଥିବା ବେଳେ ମହିଳା କାର୍ଡ଼ ଖେଳିଛି ବିଜେଡି । ସେହିଭଳି କଂଗ୍ରେସ ମଧ୍ୟ ସଂଗଠିତ ହେବାକୁ ଆରମ୍ଭ କରିଛି ଉଦ୍ୟମ