ରାଜ୍ୟରେ ନକ୍ସଲଙ୍କ ସହ ଲଢ଼େଇ କରିବା ଲାଗି କଲେଜ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବ ଉଚ୍ଚଶିକ୍ଷେ ବିଭାଗ। ଏନ୍ସିସି ନିର୍ଦ୍ଦେଶାଳୟ ସହାୟତାରେ ଏହି ତାଲିମ ପରିଚାଳନା କରାଯିବ। ଏଥିଲାଗି ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ର ଛାତ୍ରୀ ଚ୍ରୟନ କରାଯିବ। ପ୍ରଥମେ ୭ଟି ନକ୍ସଲ ଅଧିକୃତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ସହାୟତାରେ ଏହି ଉଦ୍ୟମ କରାଯିବ।
