ଭିଡ଼କୁ ଦେଖି ପୁଣି ପୂର୍ବାବସ୍ଥାକୁ ଫେରିବ ଶ୍ରୀମନ୍ଦିର। ତିନ ଦୁଆରକୁ ବନ୍ଦ କରାଯିବ। କେବଳ ସିଂହ ଦ୍ୱାର ଦେଇ ଭକ୍ତ ପ୍ରବେଶ କରିବେ। ଆସନ୍ତାକାଲି ଏବଂ ନୂଆବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଭକ୍ତଙ୍କ ଗହଳି ବୃଦ୍ଧି ଏବଂ ନିୟନ୍ତ୍ରଣକୁ ଆଖିରେ ରଖି ଏହି ପଦକ୍ଷେପ ନିଆଯାଇଛି। ପୂର୍ବ ସରକାର ସମୟରେ ତିନି ଦ୍ୱାର ବନ୍ଦ କରାଯାଇ ବଡ଼ ଦାଣ୍ଡରେ ଦର୍ଶନ ପାଇଁଧାଡ଼ି ବ୍ୟବସ୍ଥା କରାଯାଇଥିଲା। ଯାହାକୁ ଏକ ରାଜନୀତିକ ପ୍ରସଙ୍ଗ ଭାବେ ଗ୍ରହଣ କରି କ୍ଷମତା ଦଖଲ ଦିନ ଚାରି ଦ୍ୱାର ଭକ୍ତଙ୍କ ଲାଗି ଉନ୍ମୁକ୍ତ କରଯାଇଥିଲା।
