ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୂଆ ନିୟମ ଜାରି

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୂଆ ନିୟମ ଜାରି ହୋଇଛି। ଏହି ନିୟମ ଅନୁସାରେ ବର୍ଷ ବର୍ଷ ଧରି ପ୍ରଚଳିତ ପରମ୍ପରାକୁ ଭଙ୍ଗ କରାଯାଇଛି। ଯେଉଁ ଦାତା ତଥା ଦାତ୍ରୀଙ୍କୁ ୧୯୯୬ ମସିହାରୁ ଶ୍ରୀମନ୍ଦିରର ବିଶେଷ ସୁବିଧା ପ୍ରଦାନ କରାଯାଉଥିଲା ତାହାକୁ ରଦ୍ଦ କରିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ। ଏ ନେଇ ପ୍ରଶାସନର ଦାନ ଉପ ବିଭାଗ ଏକ ଘୋଷଣାନାମା ପ୍ରକାଶ କରିଛନ୍ତି। ମନ୍ଦିର ପ୍ରଶାସନ ଓ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନର କର୍ପସ ପାଣ୍ଠିକୁ ଦାନ ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଦିନରେ ଦୀପ, ଧ୍ୱଜା ବନ୍ଧନ, ମହାପ୍ରସାଦ, ଭକ୍ତନିବାସରେ ରହଣୀ ଓ ପହଣ୍ଡି ଦେଖିବା ଲାଗି ସୁବିଧା ପ୍ରଦାନ କରାଯାଉଥିଲା। ପହଣ୍ଡି ଦାନ ପାଇଁ ସେମାନଙ୍କୁ ଟିକଟ ଦିଆଯାଉଥିଲା। କିନ୍ତୁ ଆସନ୍ତା ରଥଯାତ୍ରା ସମୟରେ ଏହି ଭକ୍ତମାନେ ଆଉ ଏହି ଟକଟ ପାଇବେ ନାହିଁ।

Leave a Reply

Your email address will not be published. Required fields are marked *