ଚିକିତ୍ସା ଲାଗି ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭିକାଲ୍ ଆର୍ଥ୍ରାଇଟିସ୍ରେକ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ଚିକିତ୍ସା ତଥା ସର୍ଜରୀ ଲାଗି ସେ ମୁମ୍ବାଇ କୋକିଳା ବେନ୍ ହସ୍ପି୍ଟାଲ୍କୁ ଗସ୍ତ କରିବେ। ସେଠାରେ ଡାକ୍ତର ରମାକାନ୍ତ ପଣ୍ଡା ତାଙ୍କ ଚିକିତ୍ସା କରିବେ ବୋଲି ସୂଚନା ମିଳିଛି। ଏହା ବେକରେ ହୋଇଥାଏ। ଯାହାକୁ ସ୍ପଣ୍ଡିଲାଇଟିସ୍ ବୋଲି ମଧ୍ୟ କୁହାଯାଏ।
ନବୀନଙ୍କ ବଦଳରେ ଦିଲ୍ଲୀକୁ ସମ୍ଭାଳିବେ ପିଏସି।ନବୀନଙ୍କ ମୁମ୍ବାଇ ଗସ୍ତରେ ବିଜେଡିକୁ କିଏ ସମ୍ଭାଳିବ ସେ ନେଇ ଏକ ନୋଟିସ ଜାରି କରାଯାଇଛି। ନବୀନ ପଟ୍ଟନାୟକ ଜାରି କରିଥିବା ଏହି ନୋଟିସରେ କୁହାଯାଇଛି ଯେ ଦଳର ରାଜନୈତିକ ନିଷ୍ପତ୍ତି ରାଜନୀତିକ କମିଟି ବା ପିଏସି ନେବ। କିନ୍ତୁ ଦଳ ଭିତରେ ସମସ୍ତ ସଂଯୋଜନା ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ବହନ କରିବେ।
