ଆଜି ପ୍ରୟାଗରାଜରେ ମହାକୁମ୍ଭରେ ମାଘ ପୂର୍ଣ୍ଣିମା ବୁଡ଼ । ପଞ୍ଚମ ଅମୃତ ସ୍ନାନ ପାଇଁ ମେଳା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସକାଳୁ ସକାଳୁ ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ମହାକୁମ୍ଭରେ ଆଜିକୁ ମିଶାଇ ଦୁଇଟି ପ୍ରମୁଖ ବୁଡ଼ ରହିଛି । ଆଜି ମାଘ ପୂର୍ଣ୍ଣିମା ବୁଡ଼ ଥିବା ବେଳେ ମହା ଶିବରାତ୍ରୀରେ ଆଉ ଏକ ପ୍ରମୁଖ ବୁଡ଼ ରହିଛି । ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରାୟ ୩୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜିର ପବିତ୍ର ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଛନ୍ତି । ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ମେଳା ଅଞ୍ଚଳରେ ଯାନବାହନ ଚଳାଚଳ ନିଷେଧ ରହିବ । ସମସ୍ତ ଭିଭିଆଇପି ପାସକୁ ମଧ୍ୟ ବାଲିତ କରାଯାଇଛି।