ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷଣା ହେଇଛି । ହରମନପ୍ରୀତ ସିଂଙ୍କ ନେତୃତ୍ଵରେ ୧୯ ଜଣିଆ ହକି ଦଳ ହେଲା ଘୋଷଣା । ଏହାର ଯାତ୍ରା ଖର୍ଚ୍ଚ ପ୍ରାୟ ୩୩.୬୮ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହା ଗତ ଟୋକିଓ ଅଲିମ୍ପିକ୍ସର ଦୁଇ ଗୁଣ । ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପ୍ୟାରିସରେ ଆୟୋଜିତ ହେବ ଏହି ଖେଳ । ଏକମାତ୍ର ଓଡିଆ ଖେଳାଳି ଭାବେ ଅମିତରୋହିତ ଦାସଙ୍କୁ ମିଳିଲା ସୁଯୋଗ । ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ ।
