ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ : ଆଜି ସନ୍ଧ୍ୟାରେ ନେଇପାରେ ଅବପାତର ରୂପ

ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଭୋର ୫ଟା ୩୦ରେ ସୁଦୃଶ୍ୟ ଲଘୁଚାପର ରୂପ ନେଇଛି । ସନ୍ଧ୍ୟା ସୁଦ୍ଧା ଏହା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହେବ । ଧୀରେ ଧୀରେ ବଳ ଗୋଟାଇ ଏହା ବାତ୍ୟାର ରୂପ ନେବ । ୧୨ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଆଡକୁ ଗତି କରିବ । ପରେ ଏହା ଧୀରେ ଧୀରେ ରିକର୍ଭ କରି ଉତର ଏବଂ ଉତ୍ତର-ପଶ୍ଚିମ ବାଙ୍ଗାଲାଦେଶ ଓ ମିଆଁମାର ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଓଡ଼ିଶା ଉପରେ ଏହାର ଏତେଟା ପ୍ରଭାବ ପଡ଼ିନପାରେ ବୋଲି କୁହାଯାଉଛି । କିନ୍ତୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ନଯିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *