ବଳ ଗୋଟାଉଛି ‘ଦାନା’

ଆଜି ବାତ୍ୟାର ରୂପ ନେବ ଅବପାତ, ସନ୍ଧ୍ୟାରୁ ବର୍ଷା ସହ ହେବ ପବନ l ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପ୍ରସ୍ତୁତି, ୯ ମନ୍ତ୍ରୀଙ୍କୁ ୯ ଜିଲ୍ଲାର ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l

ବାତ୍ୟାକୁ ନେଇ ASIର ପଦକ୍ଷେପ, ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଦୁଇ ଦିନ ବନ୍ଦ ରହିବ ଐତିହାସିକ କୀର୍ତ୍ତିରାଜି l ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରେ ଥିବା ସମସ୍ତ ଐତିହ୍ୟ କୀର୍ତ୍ତିରାଜିର ଯେଭଳି ବାତ୍ୟାରେ କୌଣସି କ୍ଷତି ନହୁଏ ସେନେଇ ଏଏସଆଇ ପକ୍ଷରୁ ଅଧିକାରୀମାନଙ୍କୁ ଚିଠିରେ ଯୋଗେ ଦିଆଗଲା ନିର୍ଦ୍ଦେଶ lଆଜିଠାରୁ ୩ ଦିନ ଯାଏ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ l ଏହି ତିନିଦିନ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପରିଦର୍ଶକ କିମ୍ବା ପର୍ଯ୍ୟଟକଙ୍କ କୌଣସି ଯାନ ପ୍ରବେଶ ଅନୁମତି ଦିଆଯିବ ନାହିଁ।

Leave a Reply

Your email address will not be published. Required fields are marked *