ବାଲେଶ୍ଵରରେ ଆଜି ଠାରୁ କର୍ଫ୍ୟୁ କୋହଳ ହେବା ସହ ମୋବାଇଲ୍‌ ଇଣ୍ଟରନେଟ୍‌ ମିଳିବା ନେଇ ବାଲେଶ୍ଵର ଜିଲ୍ଲାପାଳ ଆଶିଷ ଠାକ୍‌ରେ ସୂଚନା ଦେଇଛନ୍ତି। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା ପର୍ଯ୍ୟନ୍ତ  କର୍ଫ୍ୟୁ କୋହଳ ହେବ । ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ  କର୍ଫ୍ୟୁ କୋହଳ ହେବ 

ବାଲେଶ୍ଵର ପୌରାଞ୍ଚଳରେ ଆଜିଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିଛି । ତେବେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ୮୯ ଜଣ ଗିରଫ ହେବା ସହ ୨୯ଟି  ମାମଲା ରୁଜୁ ହୋଇଛି  । ଏହି ଘଟଣାକୁ ନେଇକି  ଗୁଜବ ପ୍ରଚାର କରୁଥିବା ଲୋକଙ୍କ  ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସାଗରିକା ନାଥ କହିଛନ୍ତି।